• home
  • latest jobs
  • sarkari tools
  • yojana schemes

Sarkair Job Alert

Odisha Subhadra Yojana Imgae

Scheme namesubhadra yojana
Launched byodisha government
eligiblitywomen under 21-60 years monthly income upto 1000 or 12000 annually
scheme benefit10000 annually finacial support for economically weaker section womens
launched onrakhi purnima festival
subhadra yojana 3rd installment date expected to be in November 2024.
subhadra yojana 2nd installment dateMarch 8, 2024
application modeCSC centre
websitehttps://subhadra.odisha.gov.in/

Highlights

  • Financial Assistance of Rs. 50,000/- to all Women.
  • Assistance will be provided for the next 5 years.
  • Women Applicant will get Rs 10,000/- per Year.
  • Rs. 10,000/- will be credited in two equal installments.
  • Rs. 5,000/- on Internation Women’s Day and Rs. 5,000/- on Rakshabandhan.
  • Subhadra Credit Card will be provided.
  • Rs 500/- incentive to 100 beneficiaries who complete maximum digital transaction.

Documetns

  • Aadhaar Card must be linked to your mobile number.
  • A single-holder account that is Aadhaar-linked and set up for Direct Benefit Transfer (DBT).

Note: you can delink aadhaar if you have more than one bank account.

Registration process at  subhadra yojana gov in

 

Anganwadi Centres or Block Offices or by applying online through the official Subhadra Yojana portal.

 

subhadra yojana application form dpownload:  here

Instagram page https://www.instagram.com/subhadra_odisha/

 

Customer Care

  • Odisha Subhadra Yojana Helpline Number : – 14678
  • Odisha Women and Child Department Helpline Number :- 2536775.
  • Odisha Women and Child Department helpdesk email :- [email protected]

ଯୋଗ୍ୟତା ମାନଦଣ୍ଡ


ମାନଦଣ୍ଡବିବରଣୀ
ଯୋଗ୍ୟତାଏହି ଯୋଜନାର ଲାଭ ପାଇବା ପାଇଁ ସମସ୍ତ ମହିଳା ହିତାଧିକାରୀ ନିମ୍ନଲିଖିତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ:

କ. ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ ।

ଖ. ଆବେଦନକାରୀ NFSA / SFSS ଅନ୍ତର୍ଭୁକ୍ତ ହୋଇଥିବେ । NFSA / SFSS ରୁ ବଞ୍ଚିତ ଥିବା ପରିବାରର ଜଣେ ମହିଳା ସୁଭଦ୍ରା ଅଧୀନରେ ଆବେଦନ କରି ପାରିବେ, ଯଦି ତାଙ୍କ ପରିବାରର ବାର୍ଷିକ ଆୟ ଟ.୨.୫୦ ଲକ୍ଷରୁ (କେବଳ ଦୁଇ ଲକ୍ଷ ଏବଂ ପଚାଶ ହଜାର ଟଙ୍କା) ଅଧିକ ହୋଇନଥିବ ।

ଗ. ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ, ଆବେଦନକାରୀଙ୍କ ବୟସ ଧାର୍ଯ୍ୟ ତାରିଖ ଅନୁଯାୟୀ ୨୧ ବର୍ଷ କିମ୍ବା ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଉଚିତ୍ । ଆଧାର କାର୍ଡରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ପାଇଁ ଗ୍ରହଣ କରାଯିବ।

ଘ. ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଧାର୍ଯ୍ୟ ତା. ୦୧.୦୭ .୨୦୨୪ ରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ । ତେଣୁ, ଆବେଦନକାରୀଙ୍କ ଜନ୍ମ ତାରିଖ ୦୨.୦୭.୧୯୬୪ ଠାରୁ ୦୧.୦୭.୨୦୦୩ ପର୍ଯ୍ୟନ୍ତ ହେବା ଉଚିତ୍ ।

ଙ. ୨୦୨୪-୨୫ ପାଇଁ ଯଦି ଜଣେ ମହିଳା ୦୧.୦୭.୨୦୨୪ ପରେ ୨୧ ବର୍ଷ ବୟସ ଅତିକ୍ରମ କରିବେ, ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ତାଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ମିଳିବ । ସେହିପରି ଯେଉଁ ମହିଳା ୦୧.୦୭.୨୦୨୪ ପରେ ୬୦ ବର୍ଷ ପୂରଣ କରିବେ ତାଙ୍କୁ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ଏହି ସହାୟତା ଦିଆଯିବ ନାହିଁ ।

ଅଯୋଗ୍ୟତାନିମ୍ନଲିଖିତ ମହିଳାମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ, ଏହି ଯୋଜନାର ଲାଭ ପାଇବା ପାଇଁ ଅଯୋଗ୍ୟ ହେବେ:

କ. ଯେଉଁ ମହିଳା ମାସକୁ ମୋଟ ୧୫00 ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ସହାୟତା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ଗ୍ରହଣ କରୁଛନ୍ତି ।

ଖ. ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି :୧. ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ।

୨. ଆୟକର ଦେଉଥିବେ ।

୩. ଯେ କୌଣସି ସହରାଞ୍ଚଳ ଶ୍ଵାୟତ୍ତ ଶାସନ ସଂସ୍ଥା (Urban Local body) କିମ୍ବା ପଞ୍ଚାୟତି ରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧୀ ହୋଇଥିବେ (କେବଳ ୱାର୍ଡ ମେମ୍ବର, ସ୍ଥାନୀୟ ପରିଷଦ (Councillor) ସଦସ୍ୟ ବ୍ୟତୀତ)

୪. ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ (undertaking) / ବୋର୍ଡ / ସ୍ଥାନୀୟ ସଂସ୍ଥା (local body) / ସଂଗଠନ / ନିୟମିତ / ସ୍ଥାୟୀ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ । ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ, ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ ।

୫. ଯେ କୌଣସି ସରକାରୀ ବିଭାଗ / ଅଣ୍ଡରଟେକିଂ / ବୋର୍ଡ / ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କର ମନୋନୀତ ପ୍ରତିନିଧୀ ହୋଇଥିବେ ।

୬. ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ମୋଟର ଯାନର ମାଲିକ ।

ଗ. ଆବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିବ ।

(ବି:ଦ୍ର: ଏହି ଯୋଜନା ପାଇଁ, ପରିବାରର ସଂଜ୍ଞା କହିଲେ ଜାତୀୟ ଖାଦ୍ଯ ସୁରକ୍ଷା ଆଇନ / ରାଜ୍ୟ ଖାଦ୍ଯ ସୁରକ୍ଷା ଯୋଜନା (NFSA / SFSS) ରେ ପରିଭାଷିତ ଥିବା ପରିବାର କୁ ବୁଝାଏ )

ଆବେଦନକାରୀ ଯାଞ୍ଚ ତାଲିକା


ସୁଭଦ୍ରା ଅଧୀନରେ ଲାଭ ପାଇବା ପାଇଁ ଆବଶ୍ୟକତା :

କ) ଯେଉଁ ମହିଳାମାନେ ଯୋଗ୍ୟ ଅଟନ୍ତି ଏବଂ ସୁଭଦ୍ରା ଅଧୀନରେ ଲାଭ ପାଇବା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ନିମ୍ନଲିଖିତ ସର୍ତ୍ତାବଳୀ ସୁନିଶ୍ଚିତ କରିବାକୁ ପଡିବ:

  • ସେମାନଙ୍କ ନିଜ ନାମରେ ଆଧାର କାର୍ଡ / ଆଧାର ନମ୍ବର ରହିବା ଆବଶ୍ୟକ ।
  • ସେମାନେ ନିଶ୍ଚିତ ଭାବରେ ସେମାନଙ୍କର ମୋବାଇଲ୍ ନମ୍ବରକୁ ଆଧାର କାର୍ଡ ସହିତ ଲିଙ୍କ୍ କରିଥିବେ ।
  • ସେମାନଙ୍କର ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ ଯାହା ଆଧାର-ସକ୍ଷମ ଏବଂ ସିଧାସଳଖ ଲାଭ ସ୍ଥାନାନ୍ତରଣ (DBT)- ସକ୍ଷମ ଅଟେ ।

ଖ) ଯଦି ହିତାଧିକାରୀଙ୍କ ପାଖରେ ଆଧାର ନମ୍ବର ନାହିଁ କିମ୍ବା ତାଙ୍କ ଆଧାର କାର୍ଡରେ ତଥ୍ୟ ମେଳ ଖାଉନାହିଁ, ତେବେ ତାଙ୍କୁ ଆଧାର ଅଧୀନରେ ନିଜକୁ ପଞ୍ଜୀକରଣ କରିବାକୁ ପଡିବ କିମ୍ବା ଆବଶ୍ୟକ ଅନୁଯାୟୀ ତଥ୍ୟ ସଂଶୋଧନ କରିବାକୁ ପଡିବ।

ଗ) ଯଦି ହିତାଧିକାରୀଙ୍କର ଏକକ ଆଧାର-ସକ୍ଷମ ଏବଂ ଡିବିଟି-ସକ୍ଷମ ବ୍ଯାଙ୍କ ଆକାଉଣ୍ଟ ନାହିଁ, ତେବେ ତାଙ୍କୁ (କ) ଏକକ ଧାରକ ବ୍ଯାଙ୍କ ଆକାଉଣ୍ଟ ଖୋଲିବା, (ଖ) ବ୍ଯାଙ୍କ ଆକାଉଣ୍ଟକୁ ଆଧାର-ସକ୍ଷମ କରିବା, (ଗ) ବ୍ଯାଙ୍କ ଆକାଉଣ୍ଟକୁ ଡିବିଟି-ସକ୍ଷମ କରିବା ଏବଂ (ଘ) e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରାଯିବ।

ଘ) ୨୦୨୪-୨୫ ଆର୍ଥିକ ବର୍ଷରେ, ଅନୁମୋଦନ ତାରିଖ ନିର୍ବିଶେଷରେ ସମସ୍ତ ହିତାଧିକାରୀ ଯୋଜନାର ଶୁଭାରମ୍ଭ ତାରିଖ ଠାରୁ ସୁଭଦ୍ରା ଅଧୀନରେ ୧୦,୦୦୦ ଟଙ୍କାର ସମ୍ପୂର୍ଣ୍ଣ ଲାଭ ପାଇବେ ।

 

ଆବେଦନ ପ୍ରକ୍ରିୟା


ହିତାଧିକାରୀଙ୍କୁ ଚିହ୍ନଟ:

କ) ସମସ୍ତ ଯୋଗ୍ୟ ମହିଳା ଆବେଦନକାରୀ ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ ଆବେଦନ କରିବା ଆବଶ୍ୟକ ।

ଖ) ଆବେଦନଗୁଡିକ ଏକ ମୁଦ୍ରିତ ଫର୍ମ ପୁରଣକରି ଅଫଲାଇନ୍ ତଥା ସୁଭଦ୍ରା ପୋର୍ଟାଲ୍ ମାଧ୍ୟମରେ ଅନଲାଇନ୍ କରାଯାଇପାରିବ ।

ଗ) ବିଭିନ୍ନ ସ୍ଥାନ ଓ କାର୍ଯ୍ୟାଳୟ ଯଥା- ଅଙ୍ଗନୱାଡି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ ତଥା ULB କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ପର୍ଯ୍ୟାପ୍ତ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ହେବ ।

ଘ) ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର (MSK) / ସାଧାରଣ ସେବା କେନ୍ଦ୍ର (CSC) ରେ ଦାଖଲ କରିବାକୁ ପଡିବ।

ଙ) ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଫର୍ମ ଏବଂ ଆଧାରରେ କୌଣସି ଅସଙ୍ଗତି ଥିଲେ, ଆଧାରରେ ଥିବା ସୂଚନାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ।

ଚ) ସଂଗୃହୀତ ସମସ୍ତ ଆବେଦନକୁ ସରକାରଙ୍କ ପାଖରେ ସଦ୍ୟତମ ଉପଲବ୍ଧ ଡାଟାବେସ୍ ସହିତ ଯାଞ୍ଚ କରାଯିବ ଏବଂ ଆବଶ୍ୟକ ସ୍ଥଳେ କ୍ଷେତ୍ର ଅନୁସନ୍ଧାନ ମାଧ୍ୟମରେ ଯାଞ୍ଚ କରାଯିବ ।

ଛ) ସମସ୍ତ ଆବେଦନକାରୀ “ସୁଭଦ୍ରା” ଅଧୀନରେ ଯୋଗ୍ୟ ବିବେଚିତ ହେବାପାଇଁ ନିଜକୁ ନିଜେ ପ୍ରମାଣିତ କରିବେ, ଏଥିପାଇଁ ଆବଶ୍ୟକ ଘୋଷଣାନାମା ଦେବେ ଏବଂ e-KYC ଆବଶ୍ୟକତାକୁ ପୂରଣ କରିବେ । e-KYC ପାଇଁ, ଚେହେରା-ପ୍ରାମାଣିକରଣ (face-authentication) ସବୁଠୁ ପସନ୍ଦଯୋଗ୍ୟ ମାଧ୍ୟମ ହେବ । ହିତାଧିକାରୀମାନେ ସେମାନଙ୍କର ଆଧାର ନମ୍ବର ପ୍ରଦାନ କରି ସୁଭଦ୍ରା ମୋବାଇଲ୍ ଆପ୍ ମାଧ୍ୟମରେ ଏହି ପ୍ରକ୍ରିୟା ସମ୍ପାଦନ କରିପାରିବେ ।

ଜ) ଜଣେ ହିତାଧିକାରୀ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଓଡ଼ିଶାରେ ଥିବା ତାଙ୍କ ସାଥୀ ଅନ୍ୟ ସମକ୍ଷକ ଭଉଣୀମାନଙ୍କ ସଶକ୍ତିକରଣ ଏବଂ କଲ୍ୟାଣକୁ ସମର୍ଥନ କରିବା ପାଇଁ ସ୍ଵ-ଇଛାରେ ସୁଭଦ୍ରାରୁ ବାହାରିବା ପାଇଁ ଚୟନ କରିପାରିବେ।

 

 

odisha subhadra yojana scheme 3rd installment date online apply process csc form download benefit etc

Scheme name subhadra yojanaLaunched by odisha governmenteligiblity women under 21-60 years monthly income upto 1000 or 12000 annuallyscheme benefit 10000 annually finacial support for economically weaker section womenslaunched on rakhi purnima festivalsubhadra yojana 3rd installment date expected to be in November 2024.subhadra yojana 2nd installment … [Read more...]

cm kisan yojana odisha list 2024 status 10000 or 12500 fiancial assistance

CM Kisan Yojana Odisha list : Empowering Farmers for Sustainable Growth Agriculture is the backbone of India’s economy, and in a state like Odisha, where a significant portion of the population depends on farming, government initiatives aimed at empowering farmers are crucial. The CM Kisan Yojana Odisha is one such flagship program launched by the Government of Odisha to … [Read more...]

WhatsApp Group Join Now
Telegram Channel Join Now

Recent Posts

  • Railway TTE Vacancy 2025: Over 11,000 Positions Announced
  • BSSC Inter Level Vacancy 2025 online form 23,175 out Advt. No. 02/23(A)
  • TNPSC Assistant Section Officer Notification 2025 – Overview
  • TNPSC Group 5A Notification 2025 out 32 vacancy
  • APSSDC Recruitment 2025: Latest Job Opportunities and Application Details

Copyright © 2026 · SarkarPlex All rights reserved contact TOS About